ପୁରୀ କୁଷ୍ଣରଞ୍ଜନପୁରରେ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ

Published By : Prameya-News7 Bureau | January 09, 2023 IST

ପୁରୀ ୦୯।୦୧ : ପୁରୀରେ ହାତୀ ଆତଙ୍କ । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ କୁଷ୍ଣରଞ୍ଜନପୁରରେ ହାତୀ ଆତଙ୍କ ଦେଖାଦେଇଛି । ଯାହାଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହଛନ୍ତି ।

ଖବର ଅନୁଯାୟୀ, କୃଷ୍ଣରଞ୍ଜନପୁରରେ ଗୋଟିକିଆ ହାତୀକୁ ଦେଖିବାକୁ ମିଳିଛି । ହାତୀଟି ଗାଁ ନିକଟରେ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀଟିକୁ ଘଉଡାଇବାକୁ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବନବିଭାଗର କୌଣସି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।

ତେବେ ଏହି ହାତୀଟି କେଉଁଠୁ ଓ କେମିତି ଆସିଲା । ସେନେଇ ସନ୍ଦେହରେ ରହିଛନ୍ତି ଗ୍ରାମବାସୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.