ପୁରୀରେ ଗୋଟିକିଆ ହାତୀର ଉତ୍ପାତ, ଖୁବଶୀଘ୍ର କରାଯିବ ଟ୍ରାଙ୍କୁଲାଇଜ୍‌

Published By : Prameya-News7 Bureau | January 10, 2023 IST

ପୁରୀ ୧୦।୦୧ : ପୁରୀ ବାଲିଗୁଆଳିରେ ହାତୀ ଆତଙ୍କ । ହାତୀଟି ଏବେ ବାଲୁଖଣ୍ଡ ଅଭୟାରଣ୍ୟରେ ରହିଛି । ଖୁବଶୀଘ୍ର ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ ବୋଲି ନିଷ୍ପତ୍ତି ନେଇଛି ପୁରୀ ବନଖଣ୍ଡ ।

ଖବର ଅନୁଯାୟୀ, ସୋମବାର ଚନ୍ଦନପୁରୁ କୃଷ୍ଣରଞ୍ଜନପୁରରେ ଉପଦ୍ରବ ପରେ ରାତିରେ ଦନ୍ତା ହାତୀଟି ଅଠରନଳା ନିକଟ ଖଣ୍ଡିଆବନ୍ଧ ଭିତରକୁ ପଶି ଆସିଥିଲା। ଖଣ୍ଡିଆବନ୍ଧ ଖରାଖାଇ ଠାକୁରାଣୀ ଦେଇ ଶ୍ରୀସେତୁ ରାସ୍ତାରେ ମାଟିତୋଟା ଗହୀର ଭିତରେ ରହିଥିଲା। ରାତି ତମାମ ବନବିଭାଗ ପକ୍ଷରୁ ହାତୀକୁ ଚନ୍ଦନପୁରୁ ଦେଇ ଡେଲାଙ୍ଗ ରାସ୍ତା ଦେଇ ଖୋର୍ଦ୍ଧା ବନଖଣ୍ଡ ବା ଚନ୍ଦକା ଭିତରକୁ ନେବାପାଇଁ ଚେଷ୍ଠା କରାଯାଇଥିଲା ।

ତେବେ ଲୋକମାନେ ହୋ ହଲ୍ଲା କରିବାରୁ ପୁଣି ହାତୀ ଗୋପାଳପୁରୁ ଗହୀର ଦେଇ କୋଣାର୍କ ରାସ୍ତାରେ ଚାଲି ଚାଲି ବାଲିଗୁଆଳି ନିକଟବର୍ତ୍ତୀ ଅଭୟାରଣ୍ୟରେ ପଶିଯାଇଛି। ହାତୀ ଏବେ ବାଲୁଖଣ୍ଡ ଅଭୟାରଣ୍ୟରେ ଥିବା ବେଳେ ତାକୁ ଟ୍ରାଙ୍କୁଲାଇଜର କରାଯିବା ପାଇଁ ନିଷ୍ପତ୍ତି ନିଆଯଇଥିବା ପୁରୀ ବନଖଣ୍ଡ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି । ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.