ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପାଟଣା ରେଞ୍ଜରେ ମାତିଛି ଗୋଠ ଛଡ଼ା ଦନ୍ତା, ଭୟରେ ଗାଁଲୋକେ

21/12/2021 at 8:43 AM

ପାଟଣା ୨୧।୧୨ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠ ଛଡା ଦନ୍ତା । ଦୁଇଦିନ ହେଲା ଗୋଠ ଛଡା ଦନ୍ତା ପାଟଣା ରେଞ୍ଜ ର ଉଦୟପୁର , ରାଜନଗର, ଯମୁନାପଶି ବିଟ୍ ଅଞ୍ଚଳରେ ଆତଙ୍କ ଖେଳାଇଛି । ଦନ୍ତାକୁ ହାତୀପଲ ସହ ମିଶାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି ।

ଖବର ଅନୁଯାୟୀ, ଅନ୍ୟ ହାତୀପଲଙ୍କ ଠାରୁ ଅଲଗା ହୋଇ ଦନ୍ତା ହାତୀଟି ହିଂସ୍ର ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ପୁରୁଣିଆ ଗାଁର ହାତୀ ଆତଙ୍କ ଖେଳାଇଥିଲା । ଘରର କବାଟ ଝରକା ଭାଙ୍ଗି ଧାନ ଚାଉଳ ଖାଇବା ସହ ନଷ୍ଟ କରିଦେଇଛି । ଏହାସହିତ ପନିପରିବା ଚାଷକୁ ମଧ୍ୟ ଦଳିଚକଟି ନଷ୍ଟ କରିଛି। ବନ ବିଭାଗ ଉଦ୍ୟମରେ  ଗୋଠ ଛଡା ଦନ୍ତାକୁ ଅନ୍ୟ ହାତୀପଲ ସହ ମିଶାଇକୁ ଚେଷ୍ଟା ଜାରି ରହିଛି । ଗୋଠ ଛଡା ଦନ୍ତା ଏବେ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛି । ଗାଁ ନିକଟରେ ଗୋଠ ଛଡା ଦନ୍ତା ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

   Related Posts