ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

୨୬ଟିକିଆ ହାତୀପଲଙ୍କ ଉପଦ୍ରବ, ଫସଲ ନଷ୍ଟ ସହ ଭାଙ୍ଗିଲେ ଘର

18/12/2021 at 7:46 AM

ପାଟଣା ୧୮।୧୨: ପାଟଣା ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ୨୬ ଟିକିଆ ହାତୀପଲ ପାଟଣା ସାହାରପଡ଼ା ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍ଥାନୀୟଲୋକେ ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ପାଟଣା ରେଞ୍ଜରେ ୨୬ଟିକିଆ ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି । ପାଟଣା ସାହାରପଡ଼ା ଅଞ୍ଚଳରେ ହାତୀପଲ ପଶି ଏକର ଏକର ଧାନ ଫସଲ ସହ ପନିପରିବା ଚାଷ ନଷ୍ଟ କରିଛନ୍ତି । ଏହାସହତ ଅନେକ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ରାଜନଗର ଗାଁର ବହୁ ପୁରାତନ ରଘୁନାଥ ଜୀଉ ମଠ ଭାଙ୍ଗିଥିବାର ମଧ୍ୟ ସୂଚନା ମିଳିଛି । ହାତୀପଲଙ୍କ ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି ।

   Related Posts