ଗୋଟିଏ ପଟେ କୁଳଡିହା ହାତୀଙ୍କ ଉପଦ୍ରବ, ଆଉ ଗୋଟିଏ ପଟେ ନୀଳଗିରି ମୁହାଁ ଝାଡଖଣ୍ଡ ହାତୀ ; ଚିନ୍ତାରେ ଅଞ୍ଚଳବାସୀ
5/11/2020 at 7:57 AM

ନୀଳଗିରି ୦୫।୧୧: ନୀଳଗିରି ମୁହାଁ ଝାଡଖଣ୍ଡୀ ହାତୀ । ଯାହାକୁ ନେଇ ଚିନ୍ତାରେ ବନବିଭାଗ । ସେପଟେ କୁଳଡିହା ଅଭୟାରଣ୍ୟରୁ ହାତୀ ବାହାରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ।

କୁଳଡିହା ଅଭୟାରଣ୍ୟରୁ ଦୁଇଟି ହାତୀ ସୀମାନ୍ତ ଗାଁ ନୀଳଗିରି ଏନଏସି ଅଧିନ ଶାଳବନ୍ଧ ଗାଁ ନିକଟରେ ଥିବା ଧାନ ଫସଲ ନଷ୍ଟ କରିଛନ୍ତି । ବ୍ୟାପକ ଧାନ ଫସଲ ଖାଇବା ସହ ପାଦ ତଳେ ଦଳି ନଷ୍ଟ ମଧ୍ୟ କରୁଛନ୍ତି। ଚାଷୀକୁଳ ହତାଶ ହୋଇଥିବା ବେଳେ ହାତୀଙ୍କ ଦାଉରୁ କିପରି ଫସଲ ସୁରକ୍ଷା ଦେବେ ଏନେଇ ଚିନ୍ତା ଘାରିଛି। ସେହିପରି ହାତୀ ପାଖ ଗାଁକୁ ପଶି ଘରଦ୍ୱାର ଭାଙ୍ଗିବା ଭୟ ରହିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।

ବନବିଭାଗ ହାତୀ ଘଉଡାଇବା ବେଳେ ଗୋଟିଏ ହାତୀ ଅଭୟାରଣ୍ୟ ଭିତରକୁ ପଶିଯାଇଥିବା ବେଳେ ଆଉ ଗୋଟିଏ ଦନ୍ତା ପାଲଟା ଆକ୍ରମଣ କରିବାକୁ ଗୋଡାଉଥିବାକୁ ପଛାଇନଥିଲା। ଗୋଟିଏ ପଟେ ଝାଡ଼ଖଣ୍ଡ ଦନ୍ତା, ଆଉ ଗୋଟିଏ ପଟେ କୂଳଡିହାରେ ହାତୀଙ୍କ ଉପଦ୍ରବ ବୋଝ ଉପରେ ନଳିତା ବିଡ଼ା ସଦୃଶ କୁହାଯାଇଛି।