ଥମୁନି ହାତୀପଲଙ୍କ ଉପଦ୍ରବ, ଚିନ୍ତାରେ ଅଞ୍ଚଳବାସୀ

Published By : Prameya-News7 Bureau | December 27, 2021 IST

ନୀଳଗିରି ୨୭।୧୨: ଥମୁନି ହାତୀ ଉପଦ୍ରବ । ଚିନ୍ତାରେ ଅଞ୍ଚଳବାସୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ମାନଗଡ଼ ଗାଁରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।

{"id":565523,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କିଛି ହାତୀ ଗାଁକୁ ପଶିଥିଲେ । ମାନଗଡ଼ ଗାଁର ଶ୍ରୀକାନ୍ତ ଦନାକଙ୍କ ପରିବାର ଲୋକେ ଘରେ ଶୋଇଥିବା ସମୟରେ  ହାତୀ ଆସି ଘର ଭାଙ୍ଗିଛନ୍ତି ।  ଭୟରେ ପରିବାର ଲୋକେ ବାହାରକୁ ଦୌଡ଼ି ପଳାଇଥିଲେ।ହାତୀଟି ଧାନ ଖାଇଥିବା ବେଳେ ଘର କାନ୍ଥ ପଡି ଆସବାବପତ୍ର ଭାଙ୍ଗିଥିବା ଜଣାପଡ଼ିଛି।

{"id":565524,"sizeSlug":"full","linkDestination":"none"}

ତେବେ ଉପଦ୍ରବ ଜାରି ରଖିଥିବା ହାତୀ ପଲ କୂଳଡିହା ଅଭୟାରଣ୍ୟରୁ ବାହାରି ଖାଦ୍ୟ ଅନ୍ୱେଷଣରେ ଆସିଥିବା ଜଣାପଡିଛି। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.