ମୁନିଗୁଡ଼ା ରେଞ୍ଜରେ ୧୨ଟିକିଆ ହାତୀପଲଙ୍କ ଉପଦ୍ରବ, ଲୋକେ ଭୟଭୀତ
10/11/2020 at 1:01 PM

ମୁନିଗୁଡ଼ା ୧୦।୧୧: ହାତୀ ଉପଦ୍ରବ । ପୁରା ଅଞ୍ଚଳରେ ହାତୀ ପଲ ଆତଙ୍କ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ମୁନିଗୁଡ଼ା ରେଞ୍ଜ ରଘୁବାରି , ଡିମିରିଗୁଡ଼ା ଓ ଇଚ୍ଛାପୁର ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି ।
ବିଳମ୍ବିତ ରାତିରେ ହାତୀ ପଲ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗିସୁର ଗାଁର ୩ଟି ଘରକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ହାତୀ ପଲଙ୍କୁ ଦେଖି ଭୟରେ ଲୋକେ ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିଲା । କିନ୍ତୁ ଆଜି ସକାଳ ସମୟରେ ନିଜ ଜୀବନ ଭୟରେ ଗାଁ ଛାଡି ନିକଟ ବାମନଦେଓ ଗାଁରେ ଆଶ୍ରୟ ନେଇଛନ୍ତି । ଏହି ହାତୀ ପଲରେ ୧୦ରୁ ୧୨ଟି ହାତୀ ଥିବା ଜଣାପଡିଛି । ହାତୀପଲଙ୍କ ଉପଦ୍ରବର ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଆଲୋଚନା କରିଛନ୍ତି । ଗାଁଲୋକଙ୍କ ସହାୟତା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ହାତୀ ପଲ ଘରେ ଥିବା ଆସବାପତ୍ର ଓ ଖାଦ୍ୟ ସାମଗ୍ରୀକୁ ମଧ୍ୟ ନଷ୍ଟ କରିଦେଇଛନ୍ତି ।