ତୁରେଇକେଲା ଅଞ୍ଚଳରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ କଲେ ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | November 05, 2022 IST

କଣ୍ଟାବାଞ୍ଜି ୦୫।୧୧ : ତୁରେଇକେଲା ଅଞ୍ଚଳରେ ହାତୀ ଆତଙ୍କ । ବଲାଙ୍ଗୀର ଜିଲ୍ଲା ଘୁନେଶ ପଞ୍ଚାୟତ ବର୍ଲା ଗାଁରେ ଜଣେ ଚାଷୀଙ୍କ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି ସମୟରେ ୩ରୁ ୪ଟି ହାତୀ ଗାଁକୁ ଆସିଥିଲେ । ଶେଷଦେବ ନିଜ ଘର ନିକଟରେ ଦେଖି ଦୌଡି ପଳାଇଥିଲେ । କିନ୍ତୁ ହାତୀ ପଲ ଶେଷଦେବଙ୍କ ଘର ଭାଙ୍ଗିବା ସହ ବ୍ୟାପକ ସାମଗ୍ରୀ ନଷ୍ଟ କରିଛନ୍ତି ।ବନ ବିଭାଗ ତୁରନ୍ତ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିବା ସହ ଚାଷୀଙ୍କୁ କ୍ଷୟକ୍ଷତି ଦେବାକୁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.