କାଜୁ ଖାଇବାକୁ ଆସି ତୋଳାଳିଙ୍କୁ ଆକ୍ରମଣ କଲା ଦନ୍ତା, ଗ୍ରାମରେ ଆତଙ୍କ

Published By : Prameya-News7 Bureau | April 25, 2022 IST

ବାରଙ୍ଗ, ୨୫/୦୪: ବାରଙ୍ଗ ନରାଜ ନିକଟସ୍ଥ ନେତଲ ଗାଁ କାଜୁ ଜଙ୍ଗଲରେ, ଜଙ୍ଗଲୀ ହାତୀ ଆତଙ୍କ । ଗତ କାଲିଠାରୁ ଏକ ମଧ୍ୟ ବୟସ୍କ ଦନ୍ତା ହାତୀ, ନେତଲ କାଜୁ ଜଙ୍ଗଲରୁ କାଜୁ ଖାଇବା ଉଦ୍ଦେଶ୍ୟରେ ଆସି ଜଙ୍ଗଲରେ ଲୁଚି ରହିଥିଲା । ଆଜି କାଜୁ ତୋଳାଳିଙ୍କୁ ଦେଖି ସେମାନଙ୍କ ଉପରକୁ ଦନ୍ତା ହାତୀଟି ଆକ୍ରମଣ କରିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ଡମ୍ପପୋଡା ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.