ଢେଙ୍କାନାଳ ଆସିଲା କଟକ ନରହନ୍ତା ହାତୀ, କପିଳାସରେ ଥିବା ରେସ୍କ୍ୟୁ ସେଣ୍ଟରରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | September 29, 2022 IST

ଢେଙ୍କାନାଳ ୨୯।୦୯ : ଢେଙ୍କାନାଳକୁ ଆସିଲା କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ହାତୀ ।  ଟ୍ରାଙ୍କୁଲାଇଜ୍‌ ପରେ ହାତୀକୁ ଢେଙ୍କାନାଳ ଅଣାଯାଇଛି ।

ଖବର ଅନୁଯାୟୀ, ଦୁଇ ଦିନ ଧରି କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ନରହନ୍ତା ହାତୀକୁ ବହୁ ଚେଷ୍ଟା ପରେ ଟ୍ରାଙ୍କୁଲାଇଜ୍‌ କରିଥିଲା ବନବିଭାଗ । ଏହାପରେ ଏକ ମିନିଟ୍ରକ ଡାଲାରେ ହାତୀକୁ ବୋଝଇ କରି ଢେଙ୍କନାଳ ଅଣାଯାଇଥିଲା l ଗୋଟିଏ ଦିନରେ ଦୁଇଟି ମଣିଷ ମାରିଥିବା ଏହି ହାତୀକୁ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା l ହାତୀକୁ ବନବିଭାଗ କାଳେ  କେଉଁ ଜଙ୍ଗଲରେ ଛାଡ଼ିଦେବ ସେହି ଆଶଙ୍କାରେ ସ୍ଥାନେ ସ୍ଥାନେ ଲୋକେ ଛକି ରହିଥିଲେ l ଶେଷରେ ଏହି ହାତୀକୁ କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସ୍କ୍ୟୁ ସେଣ୍ଟରରେ ରଖାଯାଇଛି l ଏକ ପ୍ରାଣୀ ଚିକିତ୍ସକ ଦଳ ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବନ କର୍ମଚାରୀମାନେ ନିରୀକ୍ଷଣ କରୁଛନ୍ତି l

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ୩ ଟିକିଆ ହାତୀପଲ କଟକ ସହରରେ ପ୍ରବେଶ କରିଥିଲେ । ଅନେକ ଘର ଭାଙ୍ଗିବା ସହ ୨ଜଣଙ୍କ କଚାଡି ମାରିଥିଲା ଏକ ହାତୀ । ତାପରଠାରୁ ଲଗାତର ଭାବେ ବନବିଭାଗ ହାତୀକୁ କାବୁ କରିବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ । ଶେଷରେ ଏହି ଉତ୍ପାତିଆ ହାତୀକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲା । ଆଉ ଏବେ ଏହି ହାତୀକୁ ଢେଙ୍କାନାଳ ସ୍ଥିତ କପିଳାସ ଚିକିଡିଖାନାରେ ଥିବା ରେସ୍କ୍ୟୁ ସେଣ୍ଟରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.