ରାଜଧାନୀ ରାଜରାସ୍ତାରେ ବୁଲିଲା ହାତୀ, ଏକ ଘଣ୍ଟା ଧରି ଖେଳାଇଲା ଆତଙ୍କ

Published By : Prameya-News7 Bureau | May 29, 2023 IST

ବାରଙ୍ଗ ୨୯।୦୫: ରାଜଧାନୀ ରାଜ ରାସ୍ତାରେ ବୁଲିଲା ହାତୀ। ୧ ଘଣ୍ଟା ଧରି ସାଲିଆ ସାହିରେ ଆତଙ୍କ ଖେଳାଇଲା । ସ୍ଥାନୀୟ ମୈତ୍ରୀ ବିହାର ଥାନା ଅନ୍ତର୍ଗତ ୨ଶହ ଫୁଟିଆ ରାସ୍ତାରେ ଗୋଟିଏ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ପାଟି କରିବାରୁ ହାତୀ ସାଲିଆ ସାହି ଭିତରେ ପଶି ଯାଇଥିଲା।

ଦୀର୍ଘ ସମୟ ଧରି ହାତୀଟି ସାହି ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପାଟ୍ରୋଲିଂ କରୁଥିବା ପିସିଆର୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ବାଣ ଏବଂ ସାଇରନ୍ ବ୍ୟବହାର କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ଗହଳି ସହ ପୁଲିସ୍ ଓ ବନ କର୍ମଚାରୀଙ୍କଚେଷ୍ଟା ଫଳରେ ପାଚେରୀ ଡେଇଁ ହାତୀ ଭରତପୁର ଜଙ୍ଗଲ ମଧ୍ୟକୁ ପଳେଇଥିଲା।

wp:html /wp:html

ତେବେ ପଥର କାନ୍ଥ ଭାଙ୍ଗି ଯାଇଥିବାରୁ ଏବଂ ଖାଲ ପୋତି ହୋଇଯିବାରୁ ସ୍ଥାନୀୟ ଭରତପୁର ଜଙ୍ଗଲ ମଧ୍ୟରୁ ବାରଂବାର ହାତୀ ଓ ବନ୍ୟଜନ୍ତୁ ସହର ଭିତରକୁ ଚାଲି ଆସୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ଏଯାଏ ହୋଇ ପାରିନାହିଁ।

You Can Read :

wp:embed {"url":"https://www.prameyanews7.com/now-bjp-will-not-demand-for-shahrukh-khan-movie-ban-ncp/","type":"wp-embed","providerNameSlug":"prameya-news-7"}
https://www.prameyanews7.com/now-bjp-will-not-demand-for-shahrukh-khan-movie-ban-ncp/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.