ରାଜଧାନୀରେ ଗୋଠଛଡା ହାତୀର ଉତ୍ପାତ: ପିପିଲି ଟୋଲ୍‌ ଗେଟ ଦେଇ ଧଉଳି ରାସ୍ତାରେ ଆସିଲା, ପରେ ଭୁବନେଶ୍ୱରରେ ପଶିଲା...

Published By : Prameya-News7 Bureau | November 02, 2022 IST

ଭୁବନେଶ୍ୱର ୦୨।୧୧: ରାଜଧାନୀରେ ଗୋଠଛଡା ହାତୀର ଉତ୍ପାତ । ଗତକାଲି ରାତିରେ ଗୋଟିଏ ହାତୀ ପିପିଲି ଟୋଲ ଗେଟ ଦେଇ ଧଉଳି ରାସ୍ତାରେ ଆସି ଲିଙ୍ଗରାଜ ମନ୍ଦିର ନିକଟକୁ ପଳାଇଆସିଥିଲା । ଏହାପରେ ହାତଟିକୁ ବନବିଭାଗ ଘଉଡାଇବା ଫଳରେ ହାତୀଟି ଡୁମୁଡୁମା ଅଞ୍ଚଳ ଦେଇ ପାତ୍ରପଡା ଆଡେ ପଳାଇଯଇଥିଲା ।

wp:html /wp:html

ଏବେ ହାତୀଟି ପାତ୍ରପଡା ମେଡିସିନାଲ ଗାର୍ଡ଼ନ ପାଖରେ ରହିଥିବା ଜଣାପଡିଛି । ହାତଟିକୁ ଆଜି ସନ୍ଧ୍ୟା ପରେ ଚନ୍ଦକା ଜଙ୍ଗଲ ଆଡକୁ ଘଉଡାଇବା ପାଇଁ ଯୋଜନା କରିଛି ବନ ବିଭାଗ । ହାତୀ ଟି ଗତକାଲି ପିପିଲି ସହର ମଧ୍ୟରେ ଚଳପ୍ରଚଳ କରୁଥିଲା । ଗୋଠରୁ ବାହାରି ଆସିଥିବା ହାତୀ କାହାର କ୍ଷତି କରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.