ଚମ୍ପୁଆ ରେଞ୍ଜରେ ଥମିବାରେ ନାଁ ଧରୁନି ହାତୀ ଉପଦ୍ରବ ; ଗାଁରେ ପଶିଲେ ହାତୀପଲ, ଲୋକେ ଭୟଭୀତ

Published By : Prameya-News7 Bureau | July 05, 2019 IST

ଚମ୍ପୁଆ ୫|୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି । ହାତୀ ପଲ ଏକ ମାସରୁ ଅଧିକ ହେବ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୁକୁନ୍ଦପୁର ଗାଁରେ ପଶି ଯାଇଥିଲେ ୨୨ ଟିକିଆ ହାତୀପଲ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ । ହାତୀ ପଲରେ ୬ ଦନ୍ତା ୫ ଛୁଆ ୧୧ ମାଈ ହାତୀ ଅଛନ୍ତି । ହାତୀପଲ ଏବେ ମୁକୁନ୍ଦପୁର ଜଙ୍ଗଲରେ ଥିବା ଜଣା ପଡ଼ିଛି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.