ପୁଣି ଫେରିଲେ ହାତୀ ପଲ, ଛୁଆ ଓ ବଡ ମିଶି ଅଛନ୍ତି ୫୦ରୁ ଅଧିକ : ସ୍ଥାନୀୟଲୋକେ ଭୟଭୀତ

Published By : Prameya-News7 Bureau | October 12, 2020 IST

ଢେଙ୍କାନାଳ ୧୨।୧୦: ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ଗାଇଲୋ ଅଂଚଳରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି । ଗତ କିଛି ଦିନ ହେଲା ଏହି ହାତୀ ଉପଦ୍ରବ କମିଥିବା ବେଳେ ପୁଣି ଏକ ହାତୀ ପଲ ଏହି ଅଂଚଳକୁ ଫେରିଛନ୍ତି । ଏହି ହାତୀ ପଲରେ ଛୁଆ ଓ ବଡ ମିଶି ୫୦ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି ।

{"id":343059,"sizeSlug":"large"}

ଏହି ହାତୀ ପଲ ସକାଳ ଓ ସନ୍ଧ୍ୟା ସମୟରେ ଗାଇଲୋ ଓ କାଉଁରିଆପାଳ ଛକଠାରେ ୫୫ନମ୍ବର ଜାତୀୟ ରାଜପଥ ଉପରକୁ ପଳାଇ ଆସୁଛନ୍ତି । ଫଳରେ ରାଜପଥରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହେଉଛି । ଅପରପକ୍ଷରେ ହାତୀମାନଙ୍କ ଯୋଗୁଁ ଗାଇଲୋ, ମହାଦୀଆ, ଗୁଣଦେଈ, କାଉଁରିଆପାଳ, ରସସିଂହ ଆଦି ଗ୍ରାମବାସୀମାନେ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏ ସମ୍ପର୍କରେ ବନ ବିଭାଗ ସଜାଗ ରହି ଏହି ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.