Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଗାଁରେ ପଶିଲେ ଦନ୍ତା ହାତୀ, ଆକ୍ରମଣରେ ଦୁଇ ଗୁରୁତର

27/08/2020 at 12:11 PM

ବାରିପଦା ୨୭।୮: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଖେରଣା ଜଙ୍ଗଲରେ ହାତୀ ଆତଙ୍କ । ସକାଳ ୫ରୁ ଗୋଟିଏ ଦନ୍ତା ହାତୀ ଚିଙ୍ଗିଡି ପୋଖରୀ ଗ୍ରାମକୁ ପଶି ଆତଙ୍କ ଖେଳାଇଥିଲା । ଘରଦ୍ବାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା ।ତେବେ ଦୁଇ ଜଣ ବୟସ୍କ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବରପାଇ ବନବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ହଟାଇବା ସହ ହାତୀକୁ ଘଉଡାଇବା କାର୍ଯ୍ୟ ଜାରି ରଖିଛି । ହାତୀଟି ଜାତୀୟ ରାଜପଥ ୨୨୦ ରାଇରଙ୍ଗପୁର-ଯଶୀପୁର ମୁଖ୍ୟରାସ୍ତା କଡରେ ରହିଥିବାରୁ ରାସ୍ତାକୁ କିଛି ସମୟ ଅବରୋଧ କରି ହାତୀକୁ ଘଉଡାଇଥିଲେ । ତେବେ ଦୀର୍ଘ ୬ ଘଣ୍ଟା ପରେ ହାତୀକୁ ଘଉଡାଇବାରେ ସଫଳ ହୋଇଥିଲା ବନବିଭାଗ ।

   Related Posts