ଝାଡଖଣ୍ଡୀ ହାତୀ ଉପଦ୍ରବରେ ନୀଳଗିରିରେ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

Published By : Prameya-News7 Bureau | November 27, 2019 IST

ନୀଳଗିରି ୨୭।୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ସୋମବାର ସକାଳ ସମୟରେ ୪୩ଟି ଝାଡ଼ଖଣ୍ଡ ହାତୀ ପଶିଆସି ବ୍ୟାପକ ଉପଦ୍ରବ ଚଳାଇଛନ୍ତି । ଏ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବାବେଳେ ଚାଷ ଅମଳ ହୋଇନଥିବାରୁ ବ୍ୟାପକ ଫସଲହାନି ହେବା ଆଶଙ୍କା ଘାରିଛି। ହାତୀପଲ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।

{"id":190552,"sizeSlug":"large"}

ବୁଲବୁଲ ପ୍ରଭାବରେ ଧାନ ଫସଲରେ ଏବେ ବି ପାଣି ଥିବାବେଳେ ହାତୀ ଗୁଡିକ ମାଡିଦେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଇଛି। ଏପର୍ଯ୍ୟନ୍ତ ଧାନ ଫସଲ ପାଚିନଥିବାବେଳେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଘାରିଛି। ହାତୀ ଦେଖିବାକୁ ଶତାଧିକ ଲୋକମାନେ ରୁଣ୍ଡ ହୋଇଥିବା ବେଳେ ହାତୀ ଗୁଡିକ ସୋମବାର ଅପରାହ୍ନରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ଆଖପାଖ ଅଞ୍ଚଳରେ ଧାନଫସଲକୁ ଯାଇ ଉପଦ୍ରବ ଚଳାଇଥିଲେ।

{"id":190553,"sizeSlug":"large"}

ଏହାପରେ  ତିନିକୋଶିଆ ଜଙ୍ଗଲରେ ରହିବା ପରେ ପୁଣି ସେଠାରୁ ବାହାରି ହାତିମୁଣ୍ଡା ଅଂଚଳରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଗୋପାଳପୁର, ଜଡିବାଲି, କାନ୍ଥସିମୁଳିଆ, ବୟାରସାହି, ତୁଳସିଡ଼ିହା, ହାତିମୁଣ୍ଡା, ତେରଲଡ଼ିହି ଗାଁର ଲୋକଙ୍କ ନିଦ ହଜିଯାଇଛି। ତେବେ ହାତୀପଲ ତେରଲଡ଼ିହି ଓ ହାତିମୁଣ୍ଡା, ବୟାରସାହି ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.