Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯୋଡା ସହରରେ ହାତୀ ଉପଦ୍ରବ, ୧୦ଟିକିଆ ହାତୀ ପଲ ପଶି ଭାଙ୍ଗିଲେ ଘର

15/03/2023 at 10:12 AM

ବଡବିଲ ୧୫।୩: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ହାତୀ ଆତଙ୍କ । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଦେଢଟା ସମୟରେ ଯୋଡା ପୌରାଞ୍ଚଳର ୱାର୍ଡ ନଂ ୬, ରମଜାନ ହଟିଂ ଅଞ୍ଚଳରେ ୧୦ ଟିକିଆ ହାତୀପଲ ପଶି ଆତଙ୍କ ସୃଷ୍ଟି କରିଥିଲେ । ରାମଚନ୍ଦ୍ର ପିଙ୍ଗୁଆଙ୍କ ଗୋଟିଏ ଘର ଭାଙ୍ଗିବା ସହିତ ରେଳ ଧାରଣା ନିକଟରେ ଥିବା ଟାଟା ଷ୍ଟିଲର ପାଚେରୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଚେରୀ ଭାଙ୍ଗିଦେଇଥିଲେ ହାତୀ ପଲ । ତେବେ ଘର ଭାଙ୍ଗିବା ସମୟରେ ରାମଚନ୍ଦ୍ର ପିଙ୍ଗୁଆ ନିଜ ଦୁଇ ପୁଅ ଓ ତିନି ଝିଅଙ୍କ ସହ ବାହାରକୁ ପଳାଇ ନିଜର ଜୀବନ ବଞ୍ଚାଇଥିଲେ ।

ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯିବା ପରେ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଲୋକଙ୍କ ସହାୟତାରେ ହାତୀ ପଲଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ । ଏବେ ହାତୀ ପଲ ନିକଟସ୍ଥ ଚମ୍ପୁଆ ରେଞ୍ଜ, ଝରଣ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛି । ମୋଟ୍ ୨୪ଟି ହାତୀ ଝରଣ ଓ ଆଖପାଖ ଅଞ୍ଚଳରେ ବେଶ୍ କିଛି ଦିନ ଧରି ରହୁଥିବା ବେଳେ, ଗତ ରାତିରେ ଡଡୁଆଁ ଦେଇ ରେଳ ଧାରଣା ପାରକରି ଯୋଡା ପୌରାଞ୍ଚଳ ଭିତରକୁ ପ୍ରବେଶ କରିଥିଲେ । ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି । 

   Related Posts