ତେଲକୋଇ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀ ପଲ : ଭାଙ୍ଗିଲେ ମଞ୍ଚା, ଅଳ୍ପକେ ବର୍ତ୍ତିଲେ ଚାଷୀ

Published By : Prameya-News7 Bureau | August 27, 2021 IST

ତେଲକୋଇ ୨୭।୮: ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳର ପୁରୁଯୋଡା ଗାଁରେ ୬ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି । ନଷ୍ଟ କଲେ ଏକର ଏକର ଧାନଫସଲ । ଜମି ନିକଟରେ ଥିବା ମଞ୍ଚାକୁ ମଧ୍ୟ ଭାଙ୍ଗିଲେ ।  ଅଳ୍ପକେ ବର୍ତ୍ତିଲେ ଚାଷୀ । ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ଗାଁର ଧାନ ଜମିରେ ପଶି ମୁରଲୀଧର ନାଯକ, ବିରବର ନାୟକ, ଶିରପାଣି ନାୟକଙ୍କ ସମେତ ବହୁ ଚାଷୀଙ୍କର ଧାନ ଫସଲ ନଷ୍ଟ କରିଛନ୍ତି । ପ୍ରାୟ ୧୦ ଏକରରୁ ଉର୍ଦ୍ଧ୍ବ ଜମିରେ ଧାନ ଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ହାତୀପଲ ।

{"id":501947,"width":754,"height":447,"sizeSlug":"full","linkDestination":"none"}

ବିରବର ନାୟକ ହାତୀ ଦାଉରୁ ଫସଲ ରକ୍ଷା ପାଇଁ ଜମି ନିକଟରେ ମଞ୍ଚା କରି ଫସଲ ଜଗୁଥିଲେ । ତେବେ ତାଙ୍କ ମଞ୍ଚାକୁ ମଧ୍ୟ ହାତୀପଲ ଭାଙ୍ଗିଦେଇଛନ୍ତି । ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିରବର । ବର୍ଷା ଅଭାବରୁ ଢିପ ଜମିରେ ଧାନ ଫସଲ ନଷ୍ଟ ହେବାକୁ ବସିଛି । ଏତିକି ବେଳେ ଖାଲୁଆ ଜମିରେ ଥିବା ଫସଲକୁ ଭରଷା କରି ପରିବାର ଚଳାଇବା ପାଇଁ ଅଣ୍ଟା ଭିଡିଥିବା ଚାଷୀ ଫସଲକୁ ହାତୀ ଦାଉରୁ କିଭଳି ରକ୍ଷା କରିବ ସେନେଇ ଚାଷୀ ଏବେ ଚିନ୍ତାରେ ।

{"id":501948,"width":755,"height":447,"sizeSlug":"full","linkDestination":"none"}

ବାରମ୍ବାର ହାତୀପଲ ଧାନ ଫସଲକୁ ନଷ୍ଟ କରୁଥିବା ବେଳେ ବନ ବିଭାଗ ହାତୀଙ୍କୁ ଘଉଡାଇବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.