ପାଟଣା ରେଞ୍ଜରେ ମାତିଛନ୍ତି ୨୬ଟିକିଆ ହାତୀପଲ, ଏକର ଏକର ଧାନ ଫସଲ ନଷ୍ଟ ସହ କବାଟ ଭାଙ୍ଗି ଖାଇଗଲେ ଧାନ ଓ ଚାଉଳ

Published By : Prameya-News7 Bureau | August 13, 2021 IST

ପାଟଣା ୧୩।୮: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅଞ୍ଚଳରେ ଥମିବାର ନା ନେଉନାହିଁ ହାତୀପଲଙ୍କ ଉପଦ୍ରବ । ୬ଦିନ ହେଲାଣି ପାଟଣା ରେଞ୍ଜରେ ମାତିଛନ୍ତି ୨୬ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ଜୟପୁର, କୁଦାବେଡା,ଡାଳପକା କେନ୍ଦୁଯୋଡ଼ା ଗାଁରେ ପଶି ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିବା ସହ ବୋଇତାଳୁ ଚାଷ ମଧ୍ୟ ଖାଇ ନଷ୍ଟ କରିଛନ୍ତି ।

{"id":495077,"width":754,"height":415,"sizeSlug":"full","linkDestination":"none"}

ଏଥିସହ ଜୟପୁର ଗ୍ରାମର ରାମ ମହାନ୍ତଙ୍କ ଘରର କବାଟ ଭାଙ୍ଗି ଘର ଭିତରୁ ଧାନ ଓ ଚାଉଳ ନେଇ ଖାଇ ନଷ୍ଟ କରିଛନ୍ତି ହାତୀପଲ। ଦୀର୍ଘ ୬ ଦିନ ହେବ ହାତୀପଲ ଏ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ବେଳେ ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଏବେ ହାତୀପଲ ଜୟପୁର ଗାଁ ନିକଟ ଏକ ହୁଡ଼ିରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗାଁ ପାଖରେ ହାତୀପଲ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖୁବ୍ ଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.