ମନ୍ଦିର ପାଚେରୀ ଭାଙ୍ଗିଲେ ୬ ଟିକିଆ ହାତୀ ପଲ, ଘଉଡାଇବାକୁ ଚେଷ୍ଟା କରୁଛି ବନ ବିଭାଗ

Published By : Prameya-News7 Bureau | May 30, 2023 IST

କେନ୍ଦୁଝର ୩୦।୫: ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ୬ ଟିକିଆ ବଣୁଆ ହାତୀ ପଲ । କେନ୍ଦୁଝର ପୁରୁଣା ସହର ସ୍ଥିତ ବହୁ ପୁରାତନ ସିଦ୍ଧମଠର ସିଦ୍ଧଜଗନ୍ନାଥଙ୍କ ମନ୍ଦିର ବାହାର ପାଚେରୀ ଭାଙ୍ଗିବା ସହ, ଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ଓ ମନ୍ଦିର ଭିତର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀ ପଲ ।

{"id":795141,"width":737,"height":327,"sizeSlug":"full","linkDestination":"none"}

ସୋମବାର ଭୋର୍ ସମୟରେ ୬ଟିକିଆ ବଣୁଆ ହାତୀ ପଲରୁ ଗୋଟିଏ ଛୁଆ ହାତୀ ପଣସ ଖାଇବାକୁ ଆସି ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ମଧ୍ୟରେ ପଶି ବାହାରକୁ ବାହାରି ପାରିନଥିଲା । ଛୁଆ ହାତୀକୁ ମନ୍ଦିର ବାହାରକୁ ଆଣିବାକୁ ଯାଇ ଅନ୍ୟ ହାତୀମାନେ ମନ୍ଦିରର ପାଚେରୀ ଅନେକ ସ୍ଥାନରେ ଭାଙ୍ଗି ଦେଇଥିଲେ । ଶେଷରେ ହାତୀ ପଲରୁ ଏକ ବଡହାତୀ ମନ୍ଦିର ପାଚେରୀ ଭାଙ୍ଗି ଭିତରକୁ ଯାଇ ଛୁଆ ହାତୀକୁ ବାହାରକୁ ନେଇଯିବା ପରେ ହାତୀ ପଲ ସେଠାରୁ ଚାଲି ଯାଇଥିଲେ ।

{"id":795144,"width":737,"height":328,"sizeSlug":"full","linkDestination":"none"}

ସିଦ୍ଧମଠ ଜଙ୍ଗଲରେ ୧୫ଦିନ ହେବ ୬ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସ୍ଥାନୀୟ କିଛି ଯୁବକ ହାତୀ ପଲଙ୍କୁ ଅଯଥା ଟର୍ଚ୍ଚ ମାରି ଭୟଭୀତ କରାଇଥିବାରୁ ହାତୀ ପଲ ଧନଜୀବନ ହାନୀ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କୁ ସଚେତନ କରିବା ସହ, ହାତୀ ପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା କରୁଥିବା କହିଛନ୍ତି ରେଞ୍ଜର ।

You Can Read :

wp:embed {"url":"https://www.prameyanews7.com/another-two-hunter-arrested-in-baripada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/another-two-hunter-arrested-in-baripada/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.