ଥମୁନି ଝାଡଖଣ୍ଡୀ ହାତୀ ପଲଙ୍କ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି
7/07/2022 at 9:44 AM

କରଞ୍ଜିଆ ୭।୭: ଥମୁନି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ । ୩ଟି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେ ହାତୀପଲ । ବୁଧବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଶୁକ୍ରୁଳି ବ୍ଲକ୍ କୁଜିଆମ, ତଳଙ୍ଗା ଓ ଧୁଡିପାଣି ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି । ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀ ପଲ ।

ବର୍ତ୍ତମାନ ମନୋହରପୁର ଜଙ୍ଗଲରେ ୧୪ଟି ଓ କୁଜିଆମ ଜଙ୍ଗଲରେ ୯ଟି ହାତୀ ରହିଥିବା ବନ ବିଭାଗ ସୂଚନା ଦେଇଛି । ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବା ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହୁଛନ୍ତି । ସେପଟେ ବନ ବିଭାଗ ହାତୀପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।
Related Posts
କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲା କୁମ୍ଭୀର ଶାବକ, ଦେଖନ୍ତୁ ଭିଡିଓ…
13 August 2022
୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
13 August 2022