ଜଙ୍ଗଲ ଛାଡି ଗାଁ ମୁହାଁ ଜଙ୍ଗଲୀ ହାତୀ ପଲ, ବଢିବାରେ ଲାଗିଛି ପ୍ରାଦୁର୍ଭାବ

Published By : Prameya-News7 Bureau | January 09, 2022 IST

ବିନିକା ୯।୧: ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇ ଗାଁ ମୁଣ୍ଡରେ ମାତିଛନ୍ତି ଜଙ୍ଗଲୀ ହାତୀପଲ । ୧୦ ଦିନ ହେବ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅଞ୍ଚଳରେ ଜଙ୍ଗଲୀ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଧାନ ଫସଲ ନଷ୍ଟ କରିଦେଇଛନ୍ତି ତ ଆଉ କେଉଁଠି ବାଡି ବଗିଚାରେ ଥିବା କଦଳୀ ଗଛ, ପନିପରିବା ଗଛକୁ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି । ଯେଉଁଥି ପାଇଁ ଚାଷୀ ଓ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସନ୍ଧ୍ୟା ହୋଇଗଲା ପରେ ବିଦ୍ୟୁତ ମଧ୍ୟ କାଟି ଦେଉଥିବାରୁ ଯାତାୟାତ ସମୟରେ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହେଉଥିବାରୁ ଭୟର ସହ ଯାତାୟାତ କରୁଛନ୍ତି । ଚାଷୀର ଫସଲକୁ ଜଙ୍ଗଲୀ ହାତୀପଲ ନଷ୍ଟ କରିଦେଉଛନ୍ତି । ଯେଉଁଥି ପାଇଁ ଚାଷୀଙ୍କୁ ଚିନ୍ତା ଘାରିଛି । ସାହୁକାର ପାଖରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ସେନେଇ ବନ ବିଭାଗ ପାଖରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.