ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ ଘଟଣା, ୬ ଜଣ ଗିରଫ, ଏବେ ବି ଫେରାର ଫରେଷ୍ଟର

Published By : Prameya-News7 Bureau | June 10, 2022 IST

ଆଠଗଡ: ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ ଘଟଣାରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ। ଏହି ଘଟଣା ପାଇଁ ଦାୟୀ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଅନ୍ୟପଟେ ଫେରାର ଅଛନ୍ତି ଫରେଷ୍ଟର। ଗିରଫଙ୍କ ମଧ୍ୟରେ ପୂର୍ବରୁ  ନିଲମ୍ବିତ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀ  ଥିବା ବେଳେ ୩ ଜଣ ୱାଚର୍  ଓ  ଜଣେ  ଜମିମାଲିକ  ସାମିଲ୍। ଜଣେ ସହଯୋଗୀଙ୍କ ସମେତ ମୋଟ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।

ଏହି ଘଟଣାରେ ପୂର୍ବରୁ ନିଲମ୍ୱିତ ହୋଇଥିବା ଫରେଷ୍ଟର ମନୋଜ ଦାସ ଏବଂ ପ୍ରଦୀପ ପରିଡ଼ା ଫେରାର ଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆଠଗଡ଼  ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ଗିରଫ ପରୱାନା ଜାରି  କରିଥିବା ଜଣା ପଡିଛି।  ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଏସ୍ ସି ଏଫ୍ ହରେକୃଷ୍ଣ ମଲ୍ଲିକ ।

ଅନ୍ୟପଟେ ନରସିଂହପୁର ଜଙ୍ଗଲରେ  ଗୁଳିବିଦ୍ଧ ଦନ୍ତାହାତୀର ସାତକୋଶିଆ ଏବଂ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି ।  ଆଜି ଚିକିତ୍ସାକୁ ତିନି ଦିନ ବିତିଲାଣି। ଏବେ ବି ଜୀବନମରଣ ସହିତ ସଂଗ୍ରାମ କରୁଛି ଗୁଳିବିଦ୍ଧ ଦନ୍ତା । ହାତୀଟିର ବୟସ ୮ ରୁ ୧୦ ବର୍ଷ ହେବ।  ହାତୀକୁ ଉନ୍ନତ ମାନର  ସ୍ଵତନ୍ତ୍ର ଚିକିତ୍ସା ଯୋଗାଉଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଟିମ୍।  ହେଲେ ତିନି ଦିନ ପରେ ମଧ୍ୟ  ଗୁଳିବିଦ୍ଧ ହାତୀର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.