ନୀଳଗିିରି ସହରରେ ପଶି ଆତଙ୍କ ରଚିଲା ଦନ୍ତା; ହାତୀ ଭୟରେ କୁଲଡିହା ଅଞ୍ଚଳବାସୀ
27/01/2023 at 8:37 PM

ନୀଳଗିରି ୨୭/୦୧: ସହରକୁ ପଶିଲା ଦନ୍ତାହାତୀ। ହାତୀକୁ ଦେଖି ଭୟବୀତ ସହର ବାସୀ। ଏପରି ଘଟଣା ନୀଳଗିରି ସହରରେ ଦେଖିବାକୁ ମିଳିଛି। ପ୍ରଥମ ଥର ହାତୀ ସହରରେ ପଶିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ସୂଚନାଥାଉକି, ପାଖରେ ଥିବା କୁଳଡିହା ଅଭୟାରଣ୍ୟରୁ ହାତୀପଲ ବିଭିନ୍ନ ଗାଁକୁ ପଶି ଉପଦ୍ରବ କରୁଥିବା ବେଳେ ଗତକାଲି ରାତି ୯ଟା ବେଳେ ଏକ ଦନ୍ତାହାତୀ ମିରିଗିଣି ଦେଇ ନୀଳଗିରି ଘାଟଘରସାହି ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ରାଜାବଗିଚା ଅଞ୍ଚଳରେ ବ୍ୟାପକ ଉପଦ୍ରବ କରିଥିବା ଲୋକେମାନେ ଅଭିଯୋଗ କରିଛନ୍ତି। ହାତୀ ଦେଖିବାକୁ ପ୍ରବଳ ଲୋକ ସମାଗମ ହୋଇଥିବା ବେଳେ ବନବିଭାଗ ଯାଇ ହାତୀର ଗତିବିଧି ଉପରେ ନଜର ରଖିଥିଲା।

ହେଲେ ହାତୀଟି ଲୋକମାନଙ୍କୁ ଆକ୍ରମଣ କରିବାକୁ ଗୋଡାଉଥିଲା। ଘାଟଘରସାହି ଅଞ୍ଚଳର ୨ ଜଣଙ୍କର ପାଚେରୀ ଗେଟ ଭାଙ୍ଗିଥିବା ବେଳେ ସେଠାରୁ ନୀଳଗିରି ହସ୍ପିଟାଲ ପଛ ଚିମିଟିଭାଟି ଦେଇ ଗାଁକୁ ପଶିଥିଲା। ସେଠାରେ ଘର କାନ୍ଥ ଭାଙ୍ଗିବା ସହିତ ଆସବାପତ୍ର ନଷ୍ଟ କରିଥିଲା ଦନ୍ତା। ପରେ ହାତୀଟି ସ୍ୱର୍ଣ୍ଣଚୁଡ଼ ପାହାଡ଼କୁ ଯାଇ ଧୋବଶିଳା ଡାହିସାହି ଅଞ୍ଚଳରେ ଥିବା ରହିଛି। କୂଳଡିହାରେ ଦନ୍ତା ଭୟରେ ରାତିସାରା ଲୋକେ ନିଆଁ ହୁଳା ଜାଳି ଉଜାଗରଥିବା ଜଣାପଡିଛି।