ଦନ୍ତାକୁ ମାରି ଦାନ୍ତ ଲୁଟିଲେ ଦୁର୍ବୃତ୍ତ
28/05/2019 at 3:18 PM

ନୟାଗଡ ୨୮|୫: ଦନ୍ତାକୁ ମାରି ଲୁଟିଲେ ଦାନ୍ତ । ନୟାଗଡ ଜିଲ୍ଲା ପଞ୍ଚରିଡା ରଞ୍ଜ ଅନ୍ତର୍ଗତ ଗୋଛା ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୮ ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତିନି ଦିନ ତଳୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ବୁର୍ତ୍ତମାନେ ହାତୀକୁ ମାରି ତାର ଦାନ୍ତ କାଟି ନେଇଯାଇଛନ୍ତି ।

କିଛିଦିନ ହେବ ଦଶପଲ୍ଲା ଜଙ୍ଗଲରୁ ସାତଟିକିଆ ହାତୀ ପଲ ଗୋଛା ଜଙ୍ଗଲରେ ଚଳପ୍ରଚଳ କରୁଥିଲେ । ହାତୀପଲ ଜଙ୍ଗଲ ମଧ୍ୟରେ ଯାଇଥିବା ନାଳକୁ ପାଣି ପିଇବାକୁ ଆସିଥିବା ସମୟରେ ଶିକାରୀମାନେ ହାତୀକୁ ମାରିଥିବା ଅନୁମାନ କରାଯାଉଛି ।

ଏ ସମ୍ପର୍କରେ ଖବର ପାଇବା ପରେ ଡିଏଫଓ ଙ୍କ ସମେତ ବନବିଭାଗର କର୍ମଚାରୀମାନେ ପ୍ରାଣୀ ଚିକିତ୍ସକଙ୍କୁ ସାଥିରେ ନେଇ ଘଟଣାସ୍ଥଳକୁ ଯାଇଛନ୍ତି । ପୋଷ୍ଟମର୍ଟମ ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ଡିଏଫଓ କହିଛନ୍ତି ।