AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବେଲଘର ଅଞ୍ଚଳରେ ଶୁଭୁଛି ହାତୀ ରଡି, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

16/01/2023 at 2:24 PM

ବାଲିଗୁଡା ୧୬/୦୧: କନ୍ଧମାଳରେ ହାତୀ ଆତଙ୍କ । ୫୦ଟିକିଆ ହାତିପଲ ଗାଁ ନିକଟ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ଝିରିପାଣି, ଭଣ୍ଡରଙ୍ଗୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେପଟେ ଘଟଣାକୁ ନେଇ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ହାତୀର ଗତିପଥ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରୁଛି ବନବିଭାଗ ।

ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳର ଝିରିପାଣି ଗାଁ ଅଞ୍ଚଳକୁ ସିମାନ୍ତ ଜଙ୍ଗଲରୁ ୫୦ଟିକିଆ ହାତୀପଲ ପଶି ଆସିଥିବା ଜଣାପଡ଼ିଛି । ଏହି ହାତିପଲ ଆଜକୁ ପ୍ରାୟ ୭ ରୁ ୮ଦିନ ହେବ ଝିରିପାଣି ଜଙ୍ଗଲରେ ରହିଥିବା ବେଳେ ଗାଁ ନିକଟସ୍ଥ ଧାନକୁ ପାଣି ପିଇବାକୁ ଆସୁଛନ୍ତି । ପୂର୍ବରୁ ଧାନ ଅମଳ ସମୟରେ ଗାଁ ଭିତରକୁ ଆସି ଲୋକଙ୍କ ଚାଷ ନଷ୍ଟ କରିଥିବା ବେଳେ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସମୟରେ ଲୋକେ ଭୟଭୀତ ଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ହାତୀ ଟ୍ରାକିଂ ସ୍କାର୍ଡ ଗଠନ କରି ହାତୀର ଗତିପଥ ବଦଳେଇବା ସହ ହାତୀପଲକୁ ଘଉଡାଇବା ନେଇ ପ୍ରୟାସ କରୁଛି ଟିମ୍ । ଏଥିସହିତ ଝିରିପାଣୀ ପରେଷ୍ଟର ଶିବାଜୀ ବେହେରା ଓ ରେଞ୍ଜର ଅରୁଣ ସାହୁ ଅଞ୍ଚଳବାସୀଙ୍କୁ ସଚେତନ କରାଉଛନ୍ତି ।

ଝିରିପାଣୀ ଜଙ୍ଗଲକୁ କଳାହାଣ୍ଡି ଜଙ୍ଗଲ ଲାଗିଥିବାରୁ କଳାହାଣ୍ଡି ପଟରୁ ଏହି ହାତିପଲ ଉକ୍ତ ଅଞ୍ଚଳକୁ ପଶି ଆସିଥିବା ଅନୁମାନ କରୁଛି ବନବିଭାଗ । ଆସି ଉକ୍ତ ଅଂଚଳରେ ଉପଦବ୍ର ସହ ଜନଜୀବନ କ୍ଷତି କରୁଥିବା ଜଣାପଡିଛି । ଏଭଳି ବିଭିନ୍ନ ସମୟରେ ହାତୀପଲ ବେଲଘର ବନାଞ୍ଚଳର ଝିରିପାଣୀ, ଲଙ୍କାଗଡ,ଭଣ୍ଡରଙ୍ଗି ଜଙ୍ଗଲକୁ ହାତୀ ଆସି ରହୁଥିବା ଦେଖିବାକୁ ମିଳୁଛି । ହାତୀ ଭୟରେ ଅନେକ ସରକାରୀ କାର୍ଯ୍ୟକ୍ରମ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବନ୍ଦ ରହିଥିବା ଜଣାପଡ଼ିଛି ।

   Related Posts