ବିମଳା ଫରେଷ୍ଟ ବିଟ୍‌ରେ ଗୋଠଛଡା ଦନ୍ତାର ଉତ୍ପାତ, ଗାଁରେ ଘର ଭାଙ୍ଗି ଖାଇଗଲା ୨୦ବସ୍ତା ଧାନ

Published By : Prameya-News7 Bureau | January 14, 2022 IST

ତେଲକୋଇ ୧୪।୧: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ରେ ଗୋଠଛଡା ଦନ୍ତାର ଉତ୍ପାତ । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛି ଗୋଠଛଡା ଦନ୍ତା । ଦନ୍ତାର ଉତ୍ପାତରେ ଲୋକେ ଅତିଷ୍ଠ ହେଲେଣି । ଗୁରୁବାର ବିଳମ୍ବିତ ରାତିରେ ଆକୁଳ ପଞ୍ଚାୟତର ବନବିହାରୀପୁର ଗାଁରେ ପଶି ମୁକୁନ୍ଦ ପ୍ରଧାନଙ୍କ ଘର ଭାଙ୍ଗି ଧାନ ଡୋଲିରୁ ୨୦ବସ୍ତା ଧାନ ଖାଇଯାଇଛି । ଦୈନିକ ସନ୍ଧ୍ୟା ହେଲେ ବିଦ୍ୟୁତ କାଟ୍ ଯୋଗୁଁ  ମୁକୁନ୍ଦ ଗୋଠଛଡା ଦନ୍ତା ଗାଁ ଭିତରେ ପଶିଥିବା ଜାଣି ପାରିନଥିଲେ ।

ଘର ଭାଙ୍ଗିବା ଶବ୍ଦରୁ ହାତୀ ଆସିଥିବା ମୁକୁନ୍ଦ ଠଉରାଇ ଟର୍ଚ୍ଚ ମାରିବା ପରେ ଦନ୍ତାକୁ ଦେଖିଥିଲେ । ମିଞ୍ଜି ମିଞ୍ଜି ଟର୍ଚ୍ଚ ଲାଇଟ ଦେଖି ଦନ୍ତା ପରିବାର ଲୋକଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା । ତେବେ ପାଟିଶୁଣି ଗାଁ ଲୋକ ନିଆଁ ହୋଳା ଦେଖାଇବାରୁ ଦନ୍ତା ପଛକୁ ହଟିଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ପରିବାର ଲୋକେ । ଏପଟେ ସନ୍ଧ୍ୟା ହେଲେ ସକାଳ ପର୍ଯ୍ୟନ୍ତ ଟାଟା ପାଓ୍ବାର କମ୍ପାନୀର ଅଘୋଷିତ ବିଦ୍ୟୁତ କାଟ୍ ସେପଟେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ଲୋକଙ୍କୁ ବିପଦ ଆଡକୁ ଠେଲି ଦେଇଥିବା ବେଳେ ପ୍ରଶାସନକୁ ଦାୟୀ କରିଛନ୍ତି ଲୋକେ ।

ଅନ୍ୟପକ୍ଷରେ ଟର୍ଚ୍ଚ ଲାଇଟକୁ ଭରସା କରି ଦନ୍ତାକୁ ଘଉଡାଇବା ଲୋକଙ୍କ ପକ୍ଷରେ ସମ୍ଭବ ହେଉନଥିବା ବେଳେ ଲୋକଙ୍କୁ ଭୟରେ ରାତି ବିତାଇବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.