ଗୁର୍ଜିମୁଣ୍ଡା ଗାଁକୁ ପଶିଲା ହାତୀ, ଭୟଭିତ ଅବସ୍ଥାରେ ଗାଁ ଲୋକେ

Published By : Prameya-News7 Bureau | February 14, 2023 IST

ଟିଟିଲାଗଡ ୧୪/୦୨: ଟିଟିଲାଗଡ଼ ବନଖଣ୍ଡ ସଇଁନ୍ତଲା ବ୍ଲକ ଆମ୍ବପାଳି ପଂଚାୟତ ଗୁର୍ଜିମୁଣ୍ଡା ଗାଁକୁ ପଶିଲା ହାତୀ । ସକାଳୁ ଏକ ହାତୀ ଛୁଆ ଗାଁ ଭିତରକୁ ପଶିଯାଇଥିବାରୁ ଗାଁ ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି । ଅନେକ ଲୋକଙ୍କ ଚାଷ ଜମିର ପନି ପରିବା ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଖବର ପାଇବା ପରେ ବନ ବିଭାଗ ପହଁଚି ଘଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଗାଁରେ ହାତୀ ଆତଙ୍କ ଦେଖାଦେଇଛି l ଏହି ଅଂଚଳକୁ ପ୍ରଥମ ଥର ପାଇଁ ଏକ ଜଙ୍ଗଲୀ ହାତୀ ଆସିଥିବାରୁ ଲୋକଙ୍କ ଭୟ ଓ କୌତୁହଳ ମଧ୍ୟ ବଢୁଛି । ଏହି ହାତୀଟି ତେଲନଦୀ ପାର ହୋଇ କଳାହାଣ୍ଡି ଜିଲ୍ଲାରୁ ଆସିଥିବାର ଅନୁମାନ କରାଯାଉଛି । ତେବେ ହାତୀ ଗାଁକୁ ପଶି ଯାଇଥିବା ବେଳେ ଲୋକେ ଭୟରେ ଲୋକେ ବିଲକୁ ମଧ୍ୟ ଯାଇ ପାରୁ ନଥିବା ବେଳେ କିଛି ଲୋକ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.