ଧସେଇ ପଶିଲେ ୩୭ ଟିକିଆ ହାତୀପଲ, ନଷ୍ଟ କଲେ ପାଚିଲା ଧାନ ଫସଲ

Published By : Prameya-News7 Bureau | December 19, 2022 IST

ତେଲକୋଇ ୧୯/୧୨: ତେଲକୋଇ ରେଞ୍ଜରେ ଧସେଇ ପଶିଲେ ୩୭ ଟିକିଆ ହାତୀପଲ । ନଷ୍ଟ କଲେ ଏକର ଏକର ଧାନଫସଲ ସହିତ ପନିପରିବା ଫସଲ ।

ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜର ପୁରୁଣାପାଣି ଗାଁରେ ୩୭ ଟିକିଆ ହାତୀପଲ ଉତ୍ପାତ କରିଥିଲେ । ଧାନଫସଲକୁ ଖାଇବା ସହିତ ଦଳିମକଚି ନଷ୍ଟ କରିଥିଲେ । ଆଳୁ, କୋବି ଓ ମଟର ଫସଲକୁ ମଧ୍ୟ ମାଡିଦଳି ଖାଇଗଲେ । ଗାଁ ନିକଟ ଦଣ୍ଡାହୋଳିରେ ହାତୀପଲ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସେପଟେ ଓରିଆ ଗାଁରେ ମଧ୍ୟ ହାତୀପଲ ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଧାନଫସଲ ଅମଳ ସମୟରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.