ତେଲକୋଇ ରେଞ୍ଜରେ ଥମୁନି ହାତୀପଲ ଉପଦ୍ରବ, ଫସଲ ନଷ୍ଟ ସହ ବ୍ୟାପକ ଉପଦ୍ରବ
10/09/2022 at 8:42 AM

ତେଲକୋଇ ୧୦/୦୯: ତେଲକୋଇ ରେଞ୍ଜରେ ଥମୁନି ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ । କେତେବେଳେ ଧାନଫସଲ ଦଳିଚକଟି ନଷ୍ଟ କରୁଛନ୍ତି ତ ଆଉକେତେବେଳେ ଘର ଭାଙ୍ଗି ଧାନଚାଉଳ ଖାଇଯାଉଛନ୍ତି । ଏହାକୁ ନେଇ ଲୋକେ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ହାତୀ ଆଳରେ ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି ।
ଲୋକେ ହାତୀପଲଙ୍କ ଗତିବିଧି ଜାଣିପାରୁ ନାହାଁନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ ବେଳକୁ ବିମଳା ଫରେଷ୍ଟ ବିଟ ଆକୁଳ ଗାଁ ମୁଣ୍ଡା ସାହିରେ ୩୦ ଟିକିଆ ହାତୀପଲ ପଶି ରତ୍ନାକର ମୁଣ୍ଡା ଓ ଟଙ୍କଧର ମୁଣ୍ଡା ଙ୍କ ଘର ଭାଙ୍ଗି ଦୁଇ କ୍ବିଣ୍ଟାଲ ଚାଉଳ ଖାଇଯାଇଥିଲେ।
ଘରେ ଥିବା ଆସବାବପତ୍ର ଓ ଡେକଚି କଡେ଼ଇ କୁ ମାଡି ଦଳି ନଷ୍ଟ କରିଦେଇଥିଲେ। ହାତୀପଲ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଭୟରେ ଘର ଛାଡି ପଳାଇ ଯାଇଥିଲେ।ବନବିଭାଗ କୁ ଖବର ଦିଆଯାଇଥିଲେ ମଧ୍ୟ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ।