AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

୩୦ ଟିକିଆ ହାତୀପଲଙ୍କ ଉତ୍ପାତ, ନଷ୍ଟ କଲେ ଏକର ଏକର ଧାନ ଫସଲ

9/09/2022 at 9:55 AM

ତୋଲକୋଇ ୦୯/୦୯: ୩୦ ଟିକିଆ ହାତୀପଲଙ୍କ ଉତ୍ପାତ ନଷ୍ଟ କଲେ ଏକର ଏକର ଧାନ ଫସଲ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ କୃଷ୍ଣପୁର ଓ କରମଙ୍ଗି ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ଗାଁରେ ହାତୀପଲ ଧଶେଇ ପଶିଥିଲେ।

ଏକର ଏକର ଧାନ ଫସଲ ନଷ୍ଟ କରିଥିଲେ । କୃଷ୍ଣପୁର ଗାଁ ର ପିଅନ ନାଏକ ଓ ଖଗେଶ୍ବର ନାଏକଙ୍କ ଆଠ ଏକର ଧାନ ଫସଲକୁ ନଷ୍ଟ କରିଦେଇଥିବା ବେଳେ କରମଙ୍ଗି ଗାଁର ଅଭିର ନାୟକଙ୍କ ୫ ଏକର ଧାନଫସଲକୁ ଖାଇବା ସହ ଦଳି ମକଚି ନଷ୍ଟ କରି ଦେଇଛନ୍ତି ହାତୀପଲ ।

ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଧାନଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ବର୍ଷ କର ଖାଦ୍ୟ ହାତୀଙ୍କ ଦ୍ଵାରା ନଷ୍ଟ ହେବା ଫଳରେ ପରିବାର ପ୍ରତିପୋଷଣ କେମିତି କରିବ ସେନେଇ ଚିନ୍ତାରେ ପଡିଯାଇଛି ଚାଷୀ । ବନବିଭାଗ ହାତୀପଲ ଙ୍କୁ ଘଉଡାଇବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଚାଷୀ ।

   Related Posts