ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
26/01/2023 at 11:19 AM

ଟାଙ୍ଗୀ ୨୬/୦୧: ଦଳି ଚକଟି ଦେଲା ହାତୀ, ଜଣେ ମୃତ । ଏଭଳି ଘଟଣା ଘଟିଛି ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ରଣ୍ଡା ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରଣ୍ଡା ଗ୍ରାମର ପ୍ରଦୀପ ଜେନା । ରଣ୍ଡା ଜଙ୍ଗଲରେ ୬ଟି କିଆ ହାତୀ ପଲ୍ଲ ଅଛନ୍ତି ।
ଧାନ-କଳେଇ ଗଦାରୁ ଦନ୍ତାହାତୀ ଧାନ ଖାଉଥିବା ବେଳେ ରଣ୍ଡା ଗ୍ରାମର ପ୍ରଦୀପ ଜେନା ହାତୀ ଘଉଡାଇ ନିଜର ଧାନ-କଳେଇ ଗଦାକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ବେଳେ ଗୋଟିଏ ଦନ୍ତାହାତୀ ପ୍ରଦୀପ ଜେନାଙ୍କୁ ଦଳି ଚକଟି ଦେଲା । ଫଳରେ ଘଟଣା ସ୍ଥଳରେ ହିଁ ପ୍ରଦୀପଙ୍କର ମୃତ୍ୟୁ ହୋଇଛି ।
ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ରଣ୍ଡା ଜଙ୍ଗଲରେ ଏକାଧିକ ଦନ୍ତାହାତୀ ଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହେଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023