ଶିଖରଚଣ୍ଡୀ ପାହାଡ଼ରେ ହାତୀ ଆତଙ୍କ: ରାତିରୁ ଭୋର ଯାଏଁ କଲେ ଉପଦ୍ରବ, ଲୋକେ ଭୟଭୀତ
24/03/2023 at 3:19 PM

ବାରଙ୍ଗ ୨୪/୦୩: ଶିଖରଚଣ୍ଡୀ ପାହାଡ଼ରେ ହାତୀ ଆତଙ୍କ । ଗୁରୁବାର ରାତିରୁ ଭୋର୍ ସମୟ ପର୍ଯ୍ୟନ୍ତ କଲେ ଭଙ୍ଗାରୁଜା । ସୂଚନା ଥାଉକି, ୪ଟି ହାତୀ ଚଲାବୁଲା କରୁଥିବା କୁହାଯାଉଥିବା ବେଳେ କେବଳ ଗୋଟିଏ ହାତୀ ନଜରକୁ ଆସିଛି ।
ବନବିଭାଗ ସୂଚନା ଅନୁଯାୟୀ ଗତକାଲି ଠାରୁ ୪ ହାତୀ ଆସିଥିଲେ । କିନ୍ତୁ ଗୋଟିଏ ହାତୀ ରହିଥିବା ବେଳେ ବାକି ୩ଟି ହାତୀ ଚନ୍ଦକା ଜଙ୍ଗଲକୁ ଫେରିଯାଇଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ଏହି ସ୍ଥାନରେ ହାତୀ ଚଲାବୁଲା କରୁଥିବା ସ୍ପଷ୍ଟ କରିଛି ବନ ବିଭାଗ । ସେପଟେ ପାହାଡ଼କୁ ବାରମ୍ବାର ହାତୀ ଆସି ଆଶ୍ରମର ଆସବାବ ପତ୍ର ଏବଂ ଅଞ୍ଚଳରେ ଥିବା ଔଷଧୀୟ ଗଛ ନଷ୍ଟ କରୁଥିବାରୁ ସ୍ଥାନୀୟ ଆଶ୍ରମ ଲୋକେ ଭୟଭୀତ ହୋଇପଡିଛନ୍ତି ।
Related Posts
ନଦୀରେ ନାହିଁ ବ୍ରିଜ୍, ଖଟିଆରେ ବୁହା ହେଲେ ରୋଗୀ
25 September 2023
ଅଭାବନୀୟ ଦୃଶ୍ୟ : ୧୨ ଘଣ୍ଟା ଧରି ମେଡିକାଲ ବାହାରେ ପଡ଼ିରହିଛି ଶବ
25 September 2023