ରାୟଗଡ଼ା ୦୪/୦୯: ଆନ୍ଧ୍ରପ୍ରଦେଶ ରାଜ୍ୟର ଅର୍ତମ ଗାଁ ନିକଟରେ ବସ୍ ଉପରେ ହାତୀ ଆକ୍ରମଣ । ଓଡ଼ିଶା ସୀମାନ୍ତ ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ ଏକ ଚଳନ୍ତା ବସ୍ ଉପରେ ହାତୀ ଆକ୍ରମଣ ହୋଇଛି ।
wp:html /wp:htmlରାୟଗଡ଼ା ଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ରପ୍ରଦେଶ ରାଜ୍ୟ ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡି ଆସିଥିଲା । ଏହାପରେ ବସ୍ ଅଟକି ରହିଥିଲା । ସେହି ସମୟରେ ହାତୀ ଆକ୍ରମଣ କରିଥିଲା । ହାତୀ ଉଗ୍ର ରୂପ ଧାରଣ କରି ବସ୍ର କାଚ ଭାଙ୍ଗି ଦେଇଥିଲା । ଫଳରେ ବସରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି ।