ପାଟଣା ରେଞ୍ଜକୁ ଫେରିଲେ ୨୪ ଟିକିଆ ହାତୀପଲ, ନଷ୍ଟ କଲେ ଧାନ ଫସଲ

Published By : Prameya-News7 Bureau | November 19, 2022 IST

ପାଟଣା୧୯/୧୧: ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୪ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ସହ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି ।

ହାତୀପଲ ବନବୀର, ଡ଼ାଳପକା, ଖଡିବେଡା, କୁଦାବେଡା, ରେଙ୍ଗାଳବେଡା ଓ କଟାବେଡା ଅଞ୍ଚଳରେ ହୋଇଥିବା ପାଚିଲା ଧାନକୁ ଖାଇ ନଷ୍ଟ କରିଛନ୍ତି । ଏବେ ହାତୀପଲ ପୁରୁଣାପାଣି ଗାଁ ନିକଟ ଜଙ୍ଗଲ ରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଅଞ୍ଚଳ ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.