ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ଲୋକେ ଭୟଭୀତ

Published By : Prameya-News7 Bureau | November 09, 2022 IST

ପାଟଣା ୦୯/୧୧: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୁଇ ଦିନ ହେବ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ଏବେ ପାଟଣା ବଜାର ନିକଟ ବିଷ୍ଣୁପୁର ରେ ଡେରା ପକାଇଛନ୍ତି । ହାତୀପଲ ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି । ତେବେ କିଛି ହାତୀ ଶୋଇ ରହୁଥିବା ଦେଖିବାକୁ ମିଳିଛି ।

ଗତକାଲି ସିଲିପଦା ଗାଁ ନିକଟ କାଜୁ ଜଙ୍ଗଲ ରେ ହାତୀପଲ ଘଣ୍ଟା ଘଣ୍ଟା ଧରି ଶୋଇରହିଥିବା ଦେଖିବାକୁ ମିଳିଥିଲା ଗାଁ ଲୋକଙ୍କ କହିବା ଅନୁସାରେ ହାତୀପଲ ମହୁଲି ହାଣ୍ଡିଆ ଖାଇ ମାତାଲ ହୋଇ ଯାଇ ଶୋଇ ପଡ଼ିଥିଲେ । ହାତୀ ଶୋଇଥିବା ଦୃଶ୍ୟ ଦେଖି ବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏବେ ହାତୀପଲ ପାଟଣା ବଜାର ନିକଟ ବିଷ୍ଣୁପୁର ଗାଁ ନିକଟରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।ହାତୀପଲଙ୍କ ଗତି ପଥ ଉପରେ ବନ ବିଭାଗ ନଜର ରଖିଛି । ଖବ ଶୀଘ୍ର ହାତୀପଲଙ୍କୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.