ଚମ୍ପୁଆ ରେଞ୍ଜରେ ମାତିଛନ୍ତି ୨୨ଟିକିଆ ହାତୀପଲ, ମାଡି ଚକଟି ନଷ୍ଟ କରୁଛନ୍ତି ଧାନ ଫସଲ

Published By : Prameya-News7 Bureau | September 23, 2022 IST

ପାଟଣା ୨୩/୦୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ୨୨ ଟିକିଆ ହାତୀପଲ ଧସେଇ ପସିଛନ୍ତି । ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ଆଦିପୁର ନିକଟରେ ବୈତରଣୀ ନଦୀ ପାର୍ ହୋଇ ସକାଳୁ ସକାଳୁ ଚମ୍ପୁଆ ରେଞ୍ଜର ବର୍ଦ୍ଧନା ଜଙ୍ଗଲକୁ ଧସେଇ ପଶିଛନ୍ତି ।

ହାତୀପଲ ଆସିବା ବାଟରେ ବ୍ୟାପକ ଧାନ ଫସଲ ମାଡି ଚକଟି ନଷ୍ଟ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ବୁଲୁ ଥିବାରୁ ଆଖପାଖ ନନ୍ଦପୁର, ଜ୍ୟୋତିପୁର, ଝାଲିଆବେଡା, ଷଡ଼ଙ୍ଗୀ ପାରୁଡ଼ିପଶି ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.