ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗିଲେ ଘର

Published By : Prameya-News7 Bureau | August 30, 2022 IST

ପାଟଣା ୩୦/୦୮: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀପଲ ଧାନ, ବୋଇତାଳୁ ଓ ମକା ଚାଷ ନଷ୍ଟ କରିଥିବା ବେଳେ ବିଳମ୍ବିତ ରାତିରେ ଧାନବେଣୀ ଗାଁର ଫକୀର ମୁଣ୍ଡା ଘର ଭାଙ୍ଗି ଦେଇଛନ୍ତି ।

ପରିବାର ଲୋକେ ଘରେ ଶୋଇଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏବେ ହାତୀପଲ ରସପଡା ଗାଁ କାଜୁ ଜଙ୍ଗଲ ରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିପଥ ଉପରେ ନଜର ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.