ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପାଟଣା ରେଞ୍ଜରେ ହାତୀପଲ ଉପଦ୍ରବ: ଫଳମୂଳ ଖାଇଗଲେ, ଦଳି ଚକଟି ନଷ୍ଟ କଲେ ଫସଲ

16/07/2022 at 1:17 PM

କେନ୍ଦୁଝର ୧୬/୦୭: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇ ଟାଙ୍ଗିରୀ ସେକ୍ସନକୁ ଧସେଇ ପଶିଛନ୍ତି ୧୧ ଟିକିଆ ହାତୀପଲ । ହାତୀପଲ ଦୁଇ ଦିନ ହେବ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ବିଳମ୍ବିତ ରାତିରେ ହାତୀପଲ କଣ୍ଟିଆପଡା, ପୁରୁଣିଆ, ପଦ୍ମପୁର ଅଞ୍ଚଳରେ ଧାନ ଫସଲ ମାଡି ଚକଟି ନଷ୍ଟ କରିଦେବା ସହ ବାଡ଼ିରେ ପଶି ପାଚିଲା ପଣସ କଦଳୀ ଖାଇ ଦେଉଛନ୍ତି ।

ହାତୀପଲ ଏବେ ବାଉଁଶୁଳି ଗାଁ ନିକଟ ଥିବା ଜଙ୍ଗଲରେ ଘୁରି ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ଧାନଚାଷ ପାଇଁ ତଳି ପଡ଼ୁଥିବାରୁ ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘୋଉଡାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି । ହାତୀପଲଙ୍କ ଗତିପଥ ଉପରେ ବନ ବିଭାଗ ନଜର ରଖିଛି।

   Related Posts