ପାଟଣାରେ ମାତିଲା ଗୋଠଛଡା ଦନ୍ତା: ଭାଙ୍ଗିଲାଣି ଘର, ଆତଙ୍କିତ ଲୋକ

Published By : Prameya-News7 Bureau | August 05, 2023 IST

ପାଟଣା ୦୫/୦୮: ପାଟଣା ରେଞ୍ଜରେ ଦନ୍ତା ଉପଦ୍ରବ । ପାଟଣା ରେଞ୍ଜ ଅଞ୍ଚଳରେ ଗୋଠ ଛଡା ଦନ୍ତା ମାତିଛି । ଭାଙ୍ଗିଲାଣି ୧୦ ରୁ ଅଧିକ ଘର ଭାଙ୍ଗିଛି । ସପ୍ତାହ ଧରି ତଣ୍ଡୋ ଓ ମଲ୍ଲିପଶି ବିଟ୍ ଅଞ୍ଚଳରେ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟକରିଦେଇଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀଟି ଗୋଠ ଛଡା ହେଇଯାଇଥିବାରୁ ଅଧିକ ହିଂସ୍ର ହେଉଛନ୍ତି । ଖୁବ ଶୀଘ୍ର ହାତୀକୁ ଘୋଉଡ଼ାଇବାକୁ ଦାବି ହେଉଛି ।

ସୂଚନା ଥାଉକି, କିଛିଦିନ ହେବ ଏଠାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ଗୋଠଛଡା ଦନ୍ତା ପଶି ବ୍ୟାପକ ନଷ୍ଟକରିଛି । ଘର ଭାଙ୍ଗିବା ସହ ଲୋକଙ୍କ ଜୀବିକାକୁ ବି ମାଟିରେ ମିଶେଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.