ପାଟଣା ରେଞ୍ଜ ଛାଡିଲେ ୨୩ ଟିକିଆ ହାତୀପଲ, ଲୋକେ ଆଶ୍ୱସ୍ତି
12/12/2022 at 10:42 AM

ପାଟଣା ୧୨/୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୀର୍ଘ ଏକ ମାସ ଧରି ତାଣ୍ଡବ ରଚି ଆତଙ୍କ ଖେଳାଉଥିଲେ ୨୩ ଟିକିଆ ହାତୀପଲ । ତେବେ ଏହି ହାତୀପଲ ପାଟଣା କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି ।
ବିଳମ୍ବିତ ରାତିରେ ହାତୀପଲ ଲୁଙ୍ଗା ନିକଟରେ ଦେଓ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି ହାତୀପଲ । ତେବେ ଯିବା ବାଟରେ ସାହାରପଡା ସେକ୍ସନର ଖୁଣ୍ଟାପଡ଼ା ବାଇକଳା, ଲୁଙ୍ଗା ଗୋଜିଟାଙ୍ଗୀରୀ ବାଲିତୁଟା ମଙ୍ଗଳପୁର, ଅଞ୍ଚଳରେ ଚାଷ ଜମି ମାଡି ଚକଟି ନଷ୍ଟ କରିଛନ୍ତି ।
ହାତୀପଲ ଏ ପାଟଣା ରେଞ୍ଜ ଅଞ୍ଚଳରେ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଓ ପନି ପରିବା ଚାଷକୁ ନଷ୍ଟ କରି ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିଲେ । ହାତୀପଲ ଏ ଅଞ୍ଚଳ ଛାଡିବାରୁ ଉଭୟ ବନ ବିଭାଗ ଓ ସାଧାରଣ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି l
Related Posts
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023