ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ, ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ
12/09/2022 at 8:47 AM

ପାଟଣା ୧୨/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛନ୍ତି ୨୨ଟିକିଆ ହାତୀପଲ । ହାତୀପଲ ଦୁଇ ସପ୍ତାହ ହେଲାଣି ଏ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ବିଳମ୍ବିତ ରାତିରେ ହାତୀପଲ ସରସ୍ୱତୀ ପଡା ଗ୍ରାମରେ ଦୁଇଟି ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ଏଥିସହ ଅଞ୍ଚଳରେ ବ୍ୟାପକ ଧାନ ଓ ବୋଇତାଳୁ ଚାଷକୁ ନଷ୍ଟ କରିଛନ୍ତି ହାତୀପଲ ।
ଆଜି ପର୍ଯ୍ୟନ୍ତ ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ୨୭ ଟି ଘର ଭାଙ୍ଗି ସାରିଥିବା ବେଳେ ହାତୀଙ୍କ ଗର୍ଜନ ଓ ଉପଦ୍ରବ ଭୟରେ ଲୋକେ ସନ୍ଧ୍ୟା ହେଲେ ଘର ଦ୍ୱାର ଛାଡି ସୁରକ୍ଷିତ ସ୍ଥାନୃକୁ ପଳାଉଥିବା ଦେଖିବାକୁ ମିଳିଛି । ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବା ଅଭିଯୋଗ କରିଛନ୍ତି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023