oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଫେଲ ମାରିଛି ବନବିଭାଗର ସବୁ ଉଦ୍ୟମ, ୩ ଦିନ ହେବ ନନ୍ଦନକାନନରେ ଆତଙ୍କ ଚଳାଇଛନ୍ତି ଜଙ୍ଗଲୀ ହାତୀ

15/01/2022 at 11:11 AM

ବାରଙ୍ଗ ୧୫/୦୧: ନନ୍ଦନକାନନରେ ଜଙ୍ଗଲୀ ହାତୀ ଆତଙ୍କ । ଗତ ବୁଧବାର ରାତିରୁ ଚନ୍ଦକା ଅଂଚଳର ଦୁଇଟି ଜଙ୍ଗଲୀ ହାତୀ, ନନ୍ଦନକାନନ ପଛପଟ ପାଚେରୀ ଭାଙ୍ଗି ପରିସର ଭିତରକୁ ପସି ଆସି ନନ୍ଦନକାନନ ରୁ ବାହାରୁ ନାହାନ୍ତି । କର୍ତ୍ତୃପକ୍ଷ ବାଣ ଫୁଟାଇ, ବାଜା ବଜାଇ , ନିଆଁ ହୁଳା ଦେଖାଇଲେ ମଧ୍ୟ ହାତୀମାନେ ଏହାକୁ ଖାତିର କରୁନାହାନ୍ତି ।

ରାତି ହେଲେ ପରିସର ବାହାରକୁ ଯାଇ ପୁଣି ସକାଳ ବେଳେ ଫେରି ଆସି ନନ୍ଦନକାନନ ଭିତରରେ ଆସି ରହୁଛନ୍ତି । ଜଙ୍ଗଲୀ ହାତି ମାନେ ନନ୍ଦନକାନନ ପରିସର ମଧ୍ୟରେ ଥିବା ବାଘ ସଫାରୀ ,ସିଂହ ସଫାରୀ,ହାତି ଶାଳା କୁ ଲାଗି ରହିଥିବା ପାଚେରି ପାଖ ରେ ବୁଲାବୁଲି କରି ହମିରା ଟାଙ୍କି ଠାରେ ରହୁଛନ୍ତି । ଗତ କାଲି ରାତି ରେ ଦୁଇ ବଣୁଆ ହାତି ମାନେ ନନ୍ଦନକାନନ ପଛ ପଟେ ଥିବା ଏକ ଢାବା ନିକଟକୁ ଯାଇଥିଲେ ।

ସକାଳ ହେବା ପରେ ସେଠାରୁ ଫେରି ଆସି ଏବେ ନନ୍ଦନକାନନ ପରିସର ଭିତରେ ରହିଛନ୍ତି । ହାତୀ ଘୌଡାଇବା ପାଇଁ ବନ କର୍ମଚାରୀ ବାଣ ଫୁଟାଇବା ସହିତ ନିଆଁ ହୁଳା ଦେଖାଉ ଥିୁଲେ ମଧ୍ୟ ବଣୁଆ ହାତୀମାନେ ଏହାକୁ ଖାତିର ନକରି ପରିସର ଭିତରେ ପ୍ରବେଶ କରିଛନ୍ତି । ଗତ ୩ ଦିନ ହେଲା ହାତି ଏହି ସ୍ଥାନରୁ ଅନ୍ୟତ୍ର ନ ଯିବାରୁ ଏଠାରେ ଥିବା ଖୁଆଡ ଗୁଡିକ ଭଙ୍ଗା ରୁଜା କରିବା ନେଇ ଆଶଙ୍କା ରହିଛି ।

ଏବେ ବଣୁଆ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ସମ୍ଭବ ନୁହେଁ ତେଣୁ ହାତୀମାନଙ୍କୁ ଜଗି ରହିବା ଏକ ମାତ୍ର ଉପାୟ ବୋଲି କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି । ଅନ୍ୟପଟେ ନନ୍ଦନକାନନକୁ ବାରମ୍ବାର ବଣୁଆ ହାତୀମାନେ ପସି ଆସି ଉତ୍ପାତ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ହୋଇ ପାରୁନା

   Related Posts