ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଘରେ ଶୋଇଥିବା ବେଳେ ଶୁଣ୍ଢରେ ଟାଣିଆଣି କଚାଡିଦେଲା
24/08/2022 at 8:48 AM

ମୋରଡା ୨୪/୦୮: ମୋରଡା ବ୍ଲକ ଡାଙ୍ଗରବିଲା ଗ୍ରାମ ଠାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଯୁବକ ଜଣଙ୍କ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘରର କବାଟ ପଟେ ପ୍ରବେଶ କରି ଉକ୍ତ ଯୁବକଙ୍କୁ ଶୁଣ୍ଢରେ ଟାଣିଆଣିଥିଲା । ଘରର ବାହାରେ ଯୁବକଙ୍କୁ କଚାଡିବା ସହିତ ଦଳି ଦେଇଥିଲା । ତେବେ ଉକ୍ତ ଯୁବକ ଜଣଙ୍କ ହେଲେ ଶ୍ରୀମନ୍ତ ହାସଦାଃ ।
ଶ୍ରୀମନ୍ତ ହାସଦାଃ ଙ୍କ ଚିତ୍କାର ଶୁଣି ପାଖ ପୋଡଶୀ ଦୌଡି ଆସିଥିଲେ କିନ୍ତୁ ହାତୀ କବଳରୁ ଶ୍ରୀମନ୍ତ ଙ୍କୁ ରକ୍ଷା କରିପାରିନଥିଲେ । ତେବେ ଘରେ ଶ୍ରୀମନ୍ତ ଏକାଥିଲେ । ପରେ ଖବର ପାଇ ବେତନଟୀ ବନବିଭାଗ ପହଞ୍ଚି ଶ୍ରୀମନ୍ତଙ୍କୁ ବାରିପଦା ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଶ୍ରୀମନ୍ତ ହାସଦାଃଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ରାସଗୋବିନ୍ଦପୁର ଓ ବେତନଟୀ ବନବିଭାଗ କର୍ମଚାରୀ ମିଳିତ ଭାବେ ଉକ୍ତ ହାତୀକୁ ଘୋଡାଇ ଥିଲେ ।
ହାତୀ ପଶ୍ଚିମବଙ୍ଗ ପଟକୁ ପଳାଇଥିବା ସୂଚନା ମିଳିଛି । ଅପରପକ୍ଷରେ ଗତକାଲି ରାସଗୋବିନ୍ଦପୁର ରେଞ୍ଜର ଜୋଡପଡା ଗ୍ରାମ ଭିତରକୁ ଜଙ୍ଗଲି ଦନ୍ତାହାତୀ ପ୍ରବେଶ କରିଥିଲା ,ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଘରେ ଥିବା ଖାଦ୍ୟ କୁ ବାହାରକୁ କାଢି ଦେଇଥିଲେ । ତେବେ ଦନ୍ତାହାତୀଟି ଖାଦ୍ୟ ଖାଇବା ପରେ ଜଙ୍ଗଲ କୁ ପଳାଇଥିବା ଜଣାପଡିଛି ।