ରାସଗୋବିନ୍ଦପୁର ରେଞ୍ଜରେ ମାତିଛି ଦନ୍ତା, ଅତର୍କିତ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ
22/03/2022 at 8:15 AM

ମୋରଡା ୨୨/୦୩: ମୋରଡା ରାସଗୋବିନ୍ଦପୁର ରେଞ୍ଜର ଅଧିନ ଅମରଦା ଫରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀ ଉପଦ୍ରବ । ହାତୀ ଘଉଡାଇବା ସମୟରେ ଦନ୍ତାହାତୀର ଅତର୍କିତ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବାଁସୁଳି ଅଂଚଳରେ ।
ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ଚନ୍ଦ୍ରକାନ୍ତ ରାଉତ । ତାଙ୍କର ଘର ଉଦଳାରେ ବୋଲି ଜଣାପଡିଛି । ଅମରଦା ଫରେଷ୍ଟ ବିଟ୍ ଦାୟିତ୍ୱରେ ଥିଲେ ଚନ୍ଦ୍ରକାନ୍ତ ରାଉତ । ପରେ ସହଯୋଗୀ ମାନେ ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ଘଟିଛି ପ୍ରାୟ ବିଳମ୍ୱିତ ରାତିରେ । ସୂଚନାଯୋଗ୍ୟ ରାସଗୋବିନ୍ଦପୁର ରେଞ୍ଜରେ ୧୯୧ଟି ହାତୀ ଅଛନ୍ତି ।
Related Posts
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023