ରୁଗୁଡି ସାହିକୁ ଧସେଇ ପଶିଲେ ବଣୁଆ ହାତୀ, ନଷ୍ଟ କଲେ ଏକର ଏକର ଧାନଫସଲ

Published By : Prameya-News7 Bureau | October 21, 2022 IST

କେନ୍ଦୁଝର ୨୧/୧୦: କିଛିଦିନ ହେବ କେନ୍ଦୁଝର ବନଖଣ୍ଡର ୫ଟି ରେଞ୍ଜରେ ଜାରି ରହିଛି ବଣୁଆ ହାତୀପଲଙ୍କ ଆତଙ୍କରାଜ । କି ଦିନ, କି ରାତି ପଲ ପଲ ହୋଇ ବଣୁଆ ହାତୀ ଗାଁ ଗଣ୍ଡାରେ ପଶି ଘର ଦ୍ଵାର ଦ୍ଭାଙ୍ଗିବା ସହ ଖାଇ ଯାଉଛନ୍ତି ଧାନ ଓ ପନିପରିବା ଚାଷ ।

ଏବେ ସଦର ରେଞ୍ଜର ରୁଗୁଡି ସାହିକୁ ଧସେଇ ପଶିଛନ୍ତି ୧୪ ଟିକିଆ ବଣୁଆ ହାତୀ ପଲ । ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଛନ୍ତି । ଫଳରେ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ଦିନ ଧରି ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡିଲେଣି ।

ହାତୀ ଦାଉରୁ ଫସଲ ରକ୍ଷା କରିବାକୁ ରାତିରେ ଟର୍ଚ୍ଚ ଲାଇଟ ପକାଇ ହୋ ହାଲ୍ଲା କରି ତଡିବାକୁ ଚେଷ୍ଟା କରୁଛି । ଅନେକ ସମୟରେ ହାତୀ-ମଣିଷଙ୍କ ଲଢେଇ ମଧ୍ୟ ହେଉଛି । ଏପରିକି ବନବିଭାଗର କର୍ମଚାରୀ ଓ ହାତୀ ତଡ଼ା ସ୍କ୍ୱାର୍ଡ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରୁଛି । ତଥାପି ଜାର ରହିଛି ସେମାନଙ୍କ ଉପଦ୍ରବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.