ଟାଙ୍ଗୀ ରେଞ୍ଜରେ ମାତିଛନ୍ତି ୩୦ ଟିକିଆ ହାତୀପଲ, ନଷ୍ଟ କରୁଛନ୍ତି ଧାନଫସଲ

Published By : Prameya-News7 Bureau | November 10, 2022 IST

ଟାଙ୍ଗୀ ୧୦/୧୧: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧୀନରେ ଏବେ ଅଛନ୍ତି ୩୦ ଟି ଜଙ୍ଗଲି ହାତୀ । ଏହି ଜଙ୍ଗଲି ହାତୀ ମାନେ ବନ ବିଭାଗର ନିଦ ହଜାଇ ସାରିଲାଣି । କେତେବେଳେ ଏହି ହାତୀପଲ୍ଲ ଜନବସତି ମୁହାଁ ହେଉଛନ୍ତି ତ' ପୁଣି କେତେବେଳେ ଏମାନେ ଧାନଚାଷ ଓ ଫଳ ବଗିଚାରେ ଆତଙ୍କ ମଚାଉଛନ୍ତି ।

ଟାଙ୍ଗୀ ବନ ବିଭାଗର ଚତୁପାର୍ଶ୍ୱରେ ଦଳ ଦଳ ହୋଇ ରହିଛନ୍ତି ଏହି ହାତୀପଲ୍ଲ । ପ୍ରତି ଦଳରେ ୧୦ରୁ ଉର୍ଦ୍ଧ୍ୱ ହାତୀ ରହୁଛନ୍ତି । ଗୋଟିଏ ହାତୀପଲ୍ଲ ପଟିଆ-ମାଳ ଅଞ୍ଚଳରେ ଥିବା ବେଳେ ଆଉ ଗୋଟିଏ ହାତୀପଲ୍ଲ ଭୁଷଣ୍ଡପୁର ଅଞ୍ଚଳରେ ଅଛନ୍ତି । ସେହିଭଳି ଆଉ କିଛି ହାତୀ ବଡପାରୀ ଜଙ୍ଗଲରେ, ବଡପୋଖରୀଆ ଗ୍ରାମ ନାଲସିଂ ଜଙ୍ଗଲରେ, ନିରାକାରପୁର ସ୍ଥିତ ଚିତ୍ରକୁଟ ପାହାଡ/ଜଙ୍ଗଲରେ ଥିବା ବନ ବିଭାଗର ରେଞ୍ଜର କହିଛନ୍ତି ।

ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ସହିତ ଗଜରାଜଙ୍କ ସୁରକ୍ଷା ଏବଂ ଅନ୍ୟ ପଟରେ ଗଜରାଜଙ୍କ ଉପଦ୍ରବରୁ ଲୋକଙ୍କ ଧନ-ଜୀବନ କୁ ସୁରକ୍ଷା ଦେବା ପାଇଁ ନାକେଦମ ହୋଇଗଲାଣି । ଭୁଷଣ୍ଡପୁର ଅଞ୍ଚଳରେ ଥିବା ଏହି ହାତୀପଲ୍ଲ ଦିନରେ ଜଙ୍ଗଲରେ ଲୁଚି ରହୁଛନ୍ତି । ସନ୍ଧ୍ୟା ସମୟରେ ଜନବସତି ମୁହାଁ ହୋଇ ଧାନଚାଷ ଜମି ଓ ଫଳ ବଗିଚାରେ ଆତଙ୍କ ମଚାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.