scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଉପଦ୍ରବ, ଖାଇଲେ ଧାନ ଚାଉଳ, ନଷ୍ଟ କଲେ ଫସଲ

8/07/2023 at 10:19 AM

କରଞ୍ଜିଆ ୦୮/୦୭: କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ । ୫ ଦିନରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଭାଗିଲେଣି ୨୦ରୁ ଉର୍ଦ୍ଧ୍ୱ ଘର । ଦୁଧିଆଣି ରେଞ୍ଜ ଅଞ୍ଚଳର ରାଣୀପାଟ ଗାଆଁରେ ୪ଟି ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଅନେକ ଫସଲ ନଷ୍ଟ କରିଛନ୍ତି । ହାତୀପଲ,ବନ ବିଭାଗ ପକ୍ଷରୁ ହାତୀ ଘୋଡାଇବାକୁ ଉଦ୍ୟମ ଜାରି ରହିଛି ।

ତେବେ ହାତୀପଲଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ କାଟ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି । ହାତୀପଲ ଏବେ ଭାଗ ଭାଗ ହୋଇ ମେଣ୍ଢାସୀଙ୍ଗା ଜଙ୍ଗଲ ଓ ଶିଆଳିନଈ ଗ୍ରାମ୍ୟ ଜଙ୍ଗଲରେ ରହିଥିବା ସୂଚନା ଦେଇଛି ବନବିଭାଗ । ତିନି ଦିନ ପୂର୍ବରୁ କରଞ୍ଜିଆ ରେଞ୍ଜ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ପରେ ବ୍ୟାପକ ଫସଲ ନଷ୍ଟ କରିଥିଲେ ଏହି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲ ।

you can also read…

   Related Posts