ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀପଲ, ଗାଡି ଚଳାଚଳ ବାଧାପ୍ରାପ୍ତ
5/12/2022 at 1:57 PM

ଘଟଗାଁ ୦୫/୧୨: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଂଚଳ ଅଧିନସ୍ଥ ପିପିଳିଆ ନିକଟବର୍ତ୍ତି ଏନ୍.ଏଚ୍-୨୦ ଘାଟିମଙ୍ଗଳା ରାସ୍ତା କଡରେ ୨୪ ଟିକିଆ ହାତୀପଲ । ହାତୀ ଭୟରେ ରାସ୍ତାରେ ଗାଡି ମୋଟର ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ।
ଅନ୍ୟପକ୍ଷରେ ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିବା ସହିତ ଜଙ୍ଗଲ ଭିତରକୁ ହାତୀଗୁଡିକୁ ଘୌଡାଇବା ପାଇଁ ଚେଷ୍ଟା ଜାରି ରଖିଛି । ସୂଚନା ଥାଉକି ବିଗତ କିଛି ଦିନ ହେବ ଘଟଗାଁ ରେଞ୍ଜର ବିଭିନ୍ନ ଅଂଚଳରେ ଏହି ହାତୀପଲ ବ୍ୟାପକ କ୍ଷେୟକ୍ଷତି କରୁଥିବା ସୁଚନା ମିଳିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023