ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ଘରେ ପଶି ଶୁଣ୍ଢ ବଢ଼ାଇ ଖାଇଦେଉଛନ୍ତି ଭାତ

28/01/2023 at 2:43 PM

ଢେଙ୍କାନାଳ ୨୮/୦୧: ଢେଙ୍କାନାଳରେ ହାତୀ ଉପଦ୍ରବ କ୍ରମଶଃ ବଢ଼ିବାରେ ଲାଗିଛି । ଏପରି ସ୍ଥଳେ ହିନ୍ଦୋଳ ବନାଞ୍ଚଳର ଗ୍ରାମ ଗୁଡିକ ପାଲଟିଯାଇଛି ବଣୁଆ ହାତୀମାନଙ୍କ ଚରା ଭୂଇଁ । ରାତି ହେଲେ ଗାଁ ଗାଁରେ ପଶି ହାତୀ ମାନେ ଫସଲ ପାତି ଖାଇବା ଏକ ନିତିଦିନିଆ ଘଟଣା ହେଲାଣି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହାତୀମାନେ ଘରେ ପଶି ଧାନ ଚାଉଳ ବସ୍ତା ଉଠାଇ ନେଇ ଖାଇଦେଉଥିଲେ । ଏବେ ହାତୀ ମାନେ ଘରୁ ଭାତ ଖାଇ ହାଣ୍ଡିରୁ ଭାତ ଖାଇ ଦେଉଥିବା ଜଣାପଡିଛି । ଏପରି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ ଅଂଚଳରେ । ଗତ ରାତିରେ କୁନୁଆଁ ଗାଁ ରେ ଏକ ଦନ୍ତା ପଶି ଉତ୍‌ପାତ କରୁଛି । ଏହି ହାତୀଟି ରୋଷେଇ ଘର ଝରକା ଭାଙ୍ଗି ଶୁଣ୍ଢ ଗଲାଇ ଭାତ ହାଣ୍ଡିରୁ ଭାତ ଖାଇବା ପାଇଁ ଉଦ୍ୟମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ହିନ୍ଦୋଳ ଉପଖଣ୍ଡର ରାସୋଳ, ଦଣ୍ଡିରି, କୁନୁଆଁ, କଦଳିପାଳ, ନବକିଶୋରପୁର ଓ ସେପଟେ ହାତୁରା ଓ ମଇଧରପୁର ଅଂଚଳ ଗୁଡିକରେ ପଲ ପଲ ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ମାତ୍ର ବନବିଭାଗ ପକ୍ଷରୁ ହାତୀଙ୍କୁ ଆକଟ କରିବା ବା ଘଉଡାଇବାରେ ସଂପୂଣ୍ଣ ବିଫଳ ହୋଇଥିବା ଲୋକ ମାନଙ୍କ ଧନ ଜୀବନ ସୁରକ୍ଷା ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି ।

   Related Posts